(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ୨୦୨୧ ସୁଦ୍ଧା ଚୀନରେ ସୁପର ଫାଷ୍ଟ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନର ନାମ ମେଗଲେଭ ଟ୍ରେନ । ଏହାର ବେଗ ବିମାନଠାରୁ ଅଧିକ ରହିବ ବୋଲି କୁହାଯାଉଛି । ଟ୍ରେନଟି ଘଣ୍ଟା ପ୍ରତି ୬୦୦ କିଲୋମିଟର ବେଗରେ ଗତି କରିବ ।
ମେଗଲେଭ ଚୀନର ପାରମ୍ପରିକ ଟ୍ରେନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ଚୀନ ପାଖରେ ସର୍ବାଧିକ ଘଣ୍ଟା ପ୍ରତି ୪୩୧ କିଲୋମିଟର ବେଗରେ ଗତି କରୁଥିବା ଟ୍ରେନ ରହିଛି । ଚୀନର ରେଳ କର୍ତୃପକ୍ଷ ଅନୁଯାୟୀ ବେଜିଙ୍ଗରୁ ସାଂଘାଇ ଯିବାକୁ ବିମାନରେ ସାଢେ ୫ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ଏହି ଟ୍ରେନରେ ସାଢେ ତିନି ଘଣ୍ଟା ଲାଗିବ । ଚୀନ ଟେକ୍ନୋଲେଜୀ ଟ୍ରେନରେ ଚୁମ୍ବକୀୟ ପ୍ରଣାଳୀର ବ୍ୟବହାର କରିଛି, ଫଳରେ ରେଳ ଧାରଣା ବିନା କେବଳ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରାଇ ଏହି ଟ୍ରେନ ଗଚ୍ଛିକରିବ ବୋଲି ଚୀନ ରେଳ କର୍ତ୍ତୃପକ୍ଷ କହିଛନ୍ତି ।