ପ୍ୟାରିସ୍ ଅଲିମ୍ପିକ୍ସରେ କମାଲ କଲେ ଯୁବ ଖେଳାଳି । ଦୁଇ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଚୀନ୍ର ୧୯ ବର୍ଷୀୟ ସୁଟର ସେଙ୍ଗ ଲିହାଓ । ସେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।
ଦୁଇ ଦିନ ପୂର୍ବେ ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଇଭେଣ୍ଟରେ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ସେଙ୍ଗ ଲିହାଓ । ସେ ହୁଆଙ୍ଗ ୟୁଟିଙ୍ଗଙ୍କ ସହ ଏହି ପଦକ ଜିତିଥିଲେ। ଦୁଇ ଦିନ ପରେ ଆଜି ସେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ପୁରୁଷ ୧୦ ମିଟର ପୁରଷ ଏୟାର ରାଇଫଲରେ ସେଙ୍ଗ ଲିହାଓ ତାଙ୍କର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ଏହା ସହିତ ସେ ଏକ ନୂତନ ଅଲିମ୍ପିକ୍ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।
ସେଙ୍ଗ ଲିହାଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅନେକ ପଦକ ଜିତି ସାରିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ସହିତ ସେ ବାକୁଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ର ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ।