ଚୀନର୍ ମାଛମରା ବୋଟ୍ ବୁଡି ୩୯ ନିଖୋଜ

ଭାରତ ମହାସାଗରରେ ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଚୀନ୍ର ଗୋଟାଏ ମାଛମରା ବୋଟ୍ ବୁଡ଼ିଯିବାରୁ ସେଥିରେ ଥିବା ୩୯ଜଣ ନାବିକ ନିଖୋଜ

0

ନୂଆଦିଲ୍ଲୀ:ଭାରତ ମହାସାଗରରେ ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଚୀନ୍ର ଗୋଟାଏ ମାଛମରା ବୋଟ୍ ବୁଡ଼ିଯିବାରୁ ସେଥିରେ ଥିବା ୩୯ଜଣ ନାବିକ ନିଖୋଜ ହୋଇଯାଇଥିବା କଥା ସେଠାକାର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।ବୁଡ଼ିଯାଇଥିବା କଥା ‘ଚାଇନା ସେଣ୍ଟ୍ରାଲ୍ ଟେଲିଭିଜନ୍’ ନାମକ ଚୀନ୍ର ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ କହିଛି। ଉକ୍ତ ବୋଟରେ କ୍ରୁ ମାନଙ୍କ ମଧ୍ୟରେ ୧୭ ଜଣ ଚୀନ୍ , ୧୭ଜଣ ଇଣ୍ଡୋନେସିଆ ଏବଂ ୫ଜଣ ଫିଲିପ୍ପିନ୍ସ୍ ନାଗରିକ ଥିଲେ । ନିଖୋଜ ଲୋକଙ୍କ ଲୋକଙ୍କୁ ଖୋଜିବାରେ ସହାୟତା କରିବାକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ବିଦେଶରେ ଥିବା ଚୀନ୍ କୂଟନୀତିଜ୍ଞ ତଥା କୃଷି ଏବଂ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।