(ହରିଶ ଚନ୍ଦ୍ର ଦାସ): ଫ୍ଲରିସ ଇଣ୍ଡିଆ ପାଲଲହଡା ଶାଖାର ମ୍ୟାନେଜରକୁ ଅନୁଗୋଳ ଜିଲ୍ଲା ପାଲଲହଡା ପୋଲିସ ଆଜି ଗିରଫ କରିଛି । ପାଲଲହଡା ବ୍ଲକ ପଵିତ୍ରପୁର ପଂଚାୟତର ବଡ଼ବାଗଦରି ଗାଁରେ ଭୋର ସକାଳୁ ପୋଲିସ ଚଢାଉ କରି ତାଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣଙ୍କ ହେଲେ ପୁରୁଷୋତ୍ତମ ସାହୁ। ନିରିହ ଲୋକଙ୍କୁ ଫୁସୁଲାଇ ଜମା ପଇସାକୁ ଦୁଇଗୁଣିତ କରିବା ବାହାନାରେ ଲୋକଙ୍କଠୁ ପଇସା ନେଇଥିଲା । ତା’ ପରେ ୨୦୧୩ ମସିହାରୁ ତା’ ନାଁରେ ଚିଟଫଣ୍ଡ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ପଇସା ହଡ଼ପ କରି କୁଆଡ଼େ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୧ କୋଟି ଟଙ୍କା ପାଲଲହଡା ଅଂଚଳରୁ ସଂଗ୍ରହ କରି ହଡପ କରିଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ତାଙ୍କୁ ପୋଲିସ ବହୁଆଡ଼େ ଖୋଜୁଥିଲା। କୈାଣସି ସୁତ୍ରରୁ ଖବର ପାଇ ଆଜି ପୋଲିସ ତାକୁ ବାଗଦରୀ ଗାଁ ରୁ ଗିରଫ କରି ତଦନ୍ତ ଆରମ୍ଭ କରିଛ ।