ଚିତ୍ରକୋଣ୍ଡା ବିଡିଓ ନିଲମ୍ବିତ

0

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି: ଦୁର୍ନୀତିକୁ ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖରସେଲଙ୍କୁ ଦୁର୍ନୀତିରେ ଲିପ୍ତ ଅଭିଯୋଗରେ ନିଲମ୍ବନ କରାଯାଇଛି। ପାଇଖାନା ଦୁର୍ନୀତିରେ ବିଡିଓ ଲିପ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଥିଲା । ଏହି ଅଭିଯୋଗ ଆଧାରରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। କିଛି ମାସ ହେବ ବିଡିଓ ପାଇଖାନା ଦୁର୍ନୀତିରେ ବୁଡି ରହିଥିଲେ। ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିବା ବେଳେ ବିନା ଅନୁମତିରେ ହେଡକ୍ୱାଟାର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।