ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁର ବସ ଷ୍ଟାଣ୍ଡ ନିକଟସ୍ଥ ଛଉପଡିଆ ଠାରେ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ତ୍ରିଦୀବସୀୟ ୪୦ତମ ଛଉନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଜ୍ଝଏଥିରେ ମୁଖ୍ୟଅତିଥି ରୂପେ ଉଦଘାଟନ ଦିବସରେ ଵାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟରେ ବାମନଘାଟୀ ଉପଖଣ୍ଡରେ ଥିବା ଛଉ ଅନୁଷ୍ଠାନ, ନୃତ୍ୟ ଗୁରୁ ଓ କଳାକାରଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ । ପ୍ରଥମ ଦିନ ବାଦଡା, ରେଙ୍ଗଲବେଡା, ତାଳଗାଁ, ବଡ଼ଗାଁ, ଜାମପାଣି, ଉପରବେଡା, ତେଣ୍ଟପୋଷି, ତଳାପାତି ଓ ଜଟାପାଣି ସମେତ ୧୦ ଟି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ । ଦିତୀୟ ଦିନେ ୧୨ ଟି ଛଉ ନୃତ୍ୟ ପ୍ରତିଷ୍ଠାନ ସାନସିମଳା, ଅଁଳାଯୋଡି, ରେଙ୍ଗଲବେଡା, ଦେଉଳ ସାହି, ତିଖିଆ,ଲୁହାକାନୀ, ରଙ୍ଗାମାଟିଆ, କାଣ୍ଡସର , ବେଲପୋଷି, ରାଇହରି, ଜଲଡିହା, ଏବଂ ଆମଲା ବେଡା ଗାଁ ର ଛଉ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଶେଷ ଦିନ ମନୋରଂଜନ ପାଇଁ ଷଢେଇ କଳା ଛଉ ଏବଂ ପୁରୁଲିଆ ଛଉ ନୃତ୍ୟ ନୃତ୍ୟଗୁରୁ ତପନ ପଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ପାଦକ ଦୁଷ୍ମନ୍ତ କୁମାର ବସା, ଉପସଭାପତି ଦ୍ବାରିକାନାଥ ମହାନ୍ତ, ଉପଦେଷ୍ଟା ବିଜୟ କୁମାର ରାମ, ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାତା ସାରଳା ପୁରସ୍କାର ପ୍ରାପ୍ତ ସ୍ୱର୍ଗୀୟ ଗିରିଶଚନ୍ଦ୍ର ମହାନ୍ତଙ୍କ ଝିଅ ଅବନ୍ତୀ ମହାନ୍ତ ଓ ଛଉ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତଥିଲେ ଜ୍ଝ କଥାଶିଳ୍ପୀ ଲଳିତ କୁମାର ମହାନ୍ତ ମଂଚ ପରିଚାଳନା କରିଥିଲେ ଜ୍ଝ ଦିର୍ଘ ୨୫ ବର୍ଷ ଧରି ସମ୍ପାଦକ ଦାୟିତ୍ବ ତୁଲାଉଥିବା ଦୁଷ୍ମନ୍ତ କୁମାର ବସା ସମ୍ପାଦକୀୟ ପାଠ କରିଥିଲେ ।
ମୁଖ୍ୟଅତିଥି ନବ ଚରଣ ମାଝୀ ବାମନଘାଟୀ ଅଞ୍ଚଳରେ ଏକ ଛଉନୃତ୍ୟ ଏକାଡେମୀ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ଜ୍ଝ ଯାହାଫଳରେ ଛଉ କଳା ବଂଚିବା ସହ ଯୁବ ଛଉ କଳାକାର ମାନୃ ଉତ୍ସାହିତ ହେବେ । ଛଉର ପ୍ରଚାର ଓ ପ୍ରସାର ବଢିବ ବିଶ୍ଵ ଦରବାରରେ । ଉପଦେଷ୍ଟା ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଝ ଗତ ଦୁଇଦିନ ଧରି ହୋଇଥିବା ଛଉନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ରେଙ୍ଗାଳବେଡା ଛଉନୃତ୍ୟ ପ୍ରତିଷ୍ଠାନ,ଦ୍ବିତୀୟରେ ଭଞ୍ଜଭୂମି ଛଉନୃତ୍ୟ ପ୍ରତିଷ୍ଠାନ, ତୃତୀୟରେ ବାଦଡା ଛଉନୃତ୍ୟ ପ୍ରତିଷ୍ଠାନ, ଚତୁର୍ଥ ରେ ଜେ.ପି.ଏମ୍ ଛଉନୃତ୍ୟ ପ୍ରତିଷ୍ଠାନ ଓ ପଞ୍ଚମରେ ବାମନୀ ପାହାଡ ଛଉନୃତ୍ୟ ପ୍ରତିଷ୍ଠାନ ମୁଖ୍ୟଅତିଥି ଠାରୁ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ କରିଥିଲେ ଜ୍ଝ ଏହି ଅବସରରେ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ଜ୍ଝ ତଦସହ ଆଜୀବନ ସାଧନା ଓ ବାମନଘାଟୀର ଛଉ ପ୍ରତିଷ୍ଠାନର ଦାୟିତ୍ଵ ସ୍ୱର୍ଗୀୟ ଗିରିଶ ଚନ୍ଦ୍ର ମହାନ୍ତିଙ୍କ ପରେ ଦୁଷ୍ମନ୍ତ ବ ଷା ନିରଵର୍ଛିନ୍ନ ଭାବରେ ଆଜିଯାଏଁ ତୁଲାଊଥିବାରୁ ତାଙ୍କୁ ବିଶିଷ୍ଟ ଅତିଥି ଅବନ୍ତି ମହାନ୍ତ ଉତ୍ତରୀୟ, ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରିଥିଲେ । ତିନିଦିନ ଧରି ଛଉ ପ୍ରେମୀ ଛଉନୃତ୍ୟର କାର୍ୟ୍ୟକ୍ରମ ମନୋରଂଜନଉପଭୋଗ କରିଥିଲେ । ଏହି ୫ ଟି ଦଳ ବାରିପଦାରେ ଜିଲ୍ଲାସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।