(ହେମନ୍ତ କୁମାର ରାଉତ) ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜୀବନ ସଜା କାଟୁଥିବା କେଶରପୁରର ଟୋନି (ଶୁଭ୍ରାଂସୁ ଦାସ)ଙ୍କ ଗତ ୯ ତାରିଖରେ ଜେଲ ହାଜତରେ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ଜେଲ କର୍ତୃପକ୍ଷ ଏହାକୁ ହୃଦ୍ଘାତରେ ମୃତ୍ୟୁ କହୁଥିବା ବେଳେ ଟୋନିଙ୍କ ପରିବାର ଜେଲ ଭିତରେ ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।କାରଣ ଟୋନି ଜେଲ ଭିତରେ ଚାଲିଥିବା ମାଦକ ଦ୍ରବ୍ୟ. ନିଶା କାରବାର, ଅନୈତିକ କାର୍ଯ୍ୟର ଭିଡିଓ ବାହାରକୁ ପଠାଇ ଥିଲେ । ଜେଲି ଭିତରେ ଟୋନିଙ୍କୁ ନିର୍ଯାତନା ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେଣୁ ଟୋନିକୁ ଜେଲରେ ହତ୍ୟା କରାଯାଇଥିବା ତାଙ୍କ ପାରିବାର ଲୋକେ ଅଭିଯୋଗ କରିଛନ୍ତି ।
ଏକ ଖବରକାଗଜରେ ଟୋନିଙ୍କ ବ୍ୟବଚ୍ଛେଦ ଉପରେ ଖବର ପାଇ ତାଙ୍କ ପରିବାର ଲୋକେ ଚୌଦ୍ୱାର ଥାନାକୁ ସବିଶେଷ ତଥ୍ୟ ପାଇଁ ଯାଇଥିଲେ ମଧ୍ୟ ଥାନାରେ ସେମାନଙ୍କୁ କୁହାଯାଇଥିଲା, ସେମାନଙ୍କ ନିକଟକୁ କୌଣସି ତଥ୍ୟ ଆସିନାହିଁ । ଏହି ମାମଲାକୁ ନେଇ ଟୋନିଙ୍କ ମା ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ପର୍ଯ୍ୟନ୍ତ ଯିବେ ବୋଲି କହିଛନ୍ତି ।