ଯୁକ୍ତ ୨ ସପ୍ଳିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ

0

(ଅନସ୍ୱୟା)ଭୁବନେଶ୍ୱର: ଆଜି ଯୁକ୍ତ ୨ ସପ୍ଳିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସମୁଦାୟ ୭୪.୮୪% ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଫଳାଫଳ orissaresults.nic.in କିମ୍ବା chseodisha.nic.in.ସାଇଟରେ ଦେଖିପାରିବେ। ଚଳିତବର୍ଷ ଜୁଲାଇ ୧୮ରୁ ଜୁଲାଇ ୨୦ ଭିତରେ ସପ୍ଲିମେଣ୍ଟାରି ପରୀକ୍ଷା ହୋଇଥିଲା। ଯୁକ୍ତ ୨ କଳା ଛାତ୍ରଛାତ୍ରୀଙ୍କ ପାସ୍ ହାର ୮୨.୬% ହୋଇଥିବା ବେଳେ, ବିଜ୍ଞାନର ୬୭.୭%, ବାଣିଜ୍ୟର ୮୭.୩୭% ଓ ଧନ୍ଦାମୂଳକ ଶିକ୍ଷାର ପାସ୍ ହାର ୩୫.୭% ରହିଛି।