ଛଅ ଛଅଟି ଜୀବନ ବଞ୍ଚାଇ ଅମର ହୋଇଗଲେ ଚୁଆଲ ସିଂ

0

ଦାମନଯୋଡି: ଜୀବନ ବଞ୍ଚାଇ ଅମର ହୋଇଗଲେ ଚୁଆଲ ସିଂ । ନିଜର ଜୀବନ ଦେଇ ୬ ଛଅଟି ଜୀବନକୁ ଜୀବିତ କଲେ ଚୁଆଲ । ଚୁଆଲ ସିଂ ହେଉଛନ୍ତି ଦାମନଯୋଡିର ଯୁବକ । ସୁନାବେଡା ହାଲରେ କାମ କରୁଥିଲେ  । ସ୍ତ୍ରୀ ଗୋଟେଏ ବୋଲି ଝିଅକୁ ନେଇ ବେଶ ହସ ଖୁସିରେ ଚଳୁଥିଲା ତାଙ୍କ ତେଲ ଲୁଣର ସଂସାର  । କାହାର କେଜାଣି  ଏହି ଛୋଟି ଆ ସଂସାର ଉପରେ ନଜର ଲାଗିଲା । ନିମିଷକେ କଳା ବାଦଳ ଘେରି ଗଲା ଏହି ସଂସାର ଉପରେ । ଆଉ ଚାଲିଗଲେ ଚୁଆଲ ସିଂ ।

  ସୂଚନା ଅନୁଯାୟୀ, ଚୁଆଲ ସିଂ  ଦିନେ ରାତିରେ କାମରୁ ଫେରୁଥିବା ବେଳେ ଏକ ଅଜଣା କାର୍ ତାଙ୍କୁ ପଛପଟୁ ପିଟିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ ନିଆଗଲା । ସେଠାରେ କିଛି ପରିବର୍ତ୍ତନ ଲକ୍ଷ୍ୟ ନହେବାରୁ ତାଙ୍କୁ ବିଶାଖାପାଟନା ହସ୍ପିଟାଲ ନିଆଗଲା ହେଲେ ବଞ୍ଚିଲାନି ଚୁଆଲଙ୍କ ଜୀବନ । ବ୍ରେନ ଡେଡ୍  ଘୋଷଣା କଲେ ଡାକ୍ତର । ହେଲେ ଏ ସଂସାରରୁ ବିଦାୟ ଦେବା ପୂର୍ବରୁ ଘର ଲୋକଙ୍କ ମୁଣ୍ଡକୁ ଆସିଥିଲା ଅଙ୍ଗ ଦାନ ଚିନ୍ତା । ନିଜ ମଣିଷକୁ ତ ଆଉ ପାଇବେନି । ଅନ୍ତତଃ ତାଙ୍କ ଲାଗି ଆଉ କିଛି ଲୋକ ବଞ୍ଚିଯାଆନ୍ତୁ । ଏହା ଚିନ୍ତା କରି ଡାକ୍ତରଙ୍କୁ ଜଣାଇଥିଲେ ଚୁଆଲଙ୍କ ଅଙ୍ଗ ଦାନ କଥା । ଏହାପରେ ଆରମ୍ଭ ହୋଇଥିଲା ଅର୍ଗାନ ଟ୍ରାନ୍ସଫର ପ୍ରୋସେସ୍ ।  ଯକୃତ ଠାରୁ ଆରମ୍ଭ କରି ହାର୍ଟ, ଲିଭର, ଆଖି ସବୁ କିଛି ଦେଇ ୬ ଜଣଙ୍କୁ ଦେଇ ଗଲେ ନୂଆ ଜୀବନ ।  ଚୁଆଲଙ୍କୁ ମୁଖାଗ୍ନି ଦେଇଥିଲା କୁନି ଝିଅ । ଅବୁଝା ମନକୁ ଗୋଟିଏ କଥା କହି ପରିବାର ଲୋକ ବୁଝାଉଥିଲେ, ଏ ତ ତା ବାପାଙ୍କର ଦେହ ମାତ୍ର ଚାଲିଗଲା । ତା ବାପା ପରା ୬ ଜଣଙ୍କ ଦେହରେ ବଞ୍ଚିଛନ୍ତି ।