ସାମାନ୍ୟ ବଚସାରୁ ଛୁରାମାଡ଼

(ପ୍ରଶାନ୍ତ ସ୍ବାଇଁ / ପାରାଦ୍ବୀପ) :ସାମାନ୍ୟ ବଚସା କୁ କେନ୍ଦ୍ର କରି କରାଯାଇଛି ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଦେଖିଵାକୁ ମିଳିଛି ପାରାଦୀପ ସମୁଦ୍ର ଵେଳାଭୂମିରେ। ଆଜି ଅପରାହ୍ନ ରେ ତିନି ଜଣ ଯୁବକ ମଦ୍ୟପାନ କରି ଏକ ଆପାଚୀ ଵାଇକରେ ସମୁଦ୍ର କୂଳରେ ଷ୍ଟଣ୍ଟ କରୁଥିଲେ। ତେବେ କୌଣସି କାରଣରୁ ଷ୍ଟଣ୍ଟ କରୁଥିବା ସମୟରେ ସେମାନେ ତଳକୁ ପଡିଯାଇଥିଲେ। ତେବେ ସମୁଦ୍ର ଵେଳାଭୂମିକୁ ବୁଲି ଆସିଥିବା ଚାରି ଜଣ ଯୁଵକ ଷ୍ଟଣ୍ଟ କରୁଥିବା ଯୁବକ ତଳେ ପଡିଯିବା ନେଇ ହସି ଥିଲେ ଯାହାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଵଚସା ହୋଇ ଥିଲା। ଷ୍ଟଣ୍ଟ କରୁଥିବା ଯୁଵକ ଟି ହଠାତ ଏକ ଛୁରା ସାହାଯ୍ୟ ରେ ଚାରି ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ। ଗୁରୁତର ଯୁଵକ ମାନଙ୍କର ପରିଚୟ ନିକାଷ ଗୋଛୟତ, ସତ୍ୟଜିତ ସାହୁ, କିରଣ ଦାସ ଓ ସରୋଜ ପାତ୍ର ହୋଇଥିବା ଵେଳେ ଘର ପାରାଦୀପ ଅଞ୍ଚଳର ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ଚାରି ଯୁବକ ଙ୍କୁ ଵନ୍ଦର ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଥିଲା ଵେଳେ ଆକ୍ରମଣ କରି ଯୁଵକ ଫେରାର ହୋଇଯାଇଛି। ତେବେ ଘଟଣା ସ୍ଥଳରେ ଜଟାଧାରୀ ମୁହାଁଣ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

.