ସିନେମା କାହା ଵୋପାର ନୁହେଁ, ଯିଏ ସିନେମାର ଶତ୍ରୁ ମୁଁ ତାର ଶତ୍ରୁ: ମନୋଜ ମିଶ୍ର

0

ସିନେମା କାହା ଵୋପାର ନୁହେଁ, ଯିଏ ସିନେମାର ଶତ୍ରୁ ମୁଁ ତାର ଶତ୍ରୁ ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ୍ କରିବେ ସେଇ ଦିନ ମୁଁ ଚୁପ୍ ରହିବିି। ଏ କଲି ତୁଟିବ।ଆଗକୁ ମୁଁ ଭଲ ସିନେମା କରିବି ଆଉରି ଭଲ ବ୍ୟବସାୟ କରିବିଆମ ସିନେମା ରେ ବ୍ୟବସାୟ ହେଉନି। ଯେଉଁମାନେ ତିଆରି କରୁଛନ୍ତି ସିନେମା ସେମାନେ ଦାୟୀ। ଯୁବପୀଢ଼ି ଙ୍କ ପାଇଁ ଓଲିଉଡ କୁ ଅପଡେଟ ହେବାକୁ ପଡିବ। ଗୋଟିଏ ଭଲ ସିନେମା ଦମନ ଓ କର୍ମା ଭଳିଆ ହେଉ ଯାହା ବ୍ୟବସାୟ କରିବ।ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର। ଯିଏ ଏହାକୁ ଖରାପ୍ କରିବ ମୁଁ କହିବି। ଯିଏ ସିନେମା ର ଶତ୍ରୁ ମୋର ବି ଶତ୍ରୁ।


ଯେଉଁ ଦଳ ସାଇବର ସେଲ୍ ଯାଇଥିଲେ ତାଙ୍କ ଦ୍ଵାରା ଭଲ ସିନେମା ହେଉନାହିଁ। ଜ୍ୟୋତି ଦାସ ଗୁଡ ବୟ ସିନେମା ର ନିର୍ମାତା। ସେ ଆଜି ପ୍ରଦ୍ୟୁସର୍ ଙ୍କୁ ଦେଖିଲେ ଲୁଚୁଛନ୍ତି। ତାପସ ସରଗରିଆ କହିଲେ ମନୋଜ ସବୁ ଜାଣିଚି। ସବ୍ୟସାଚୀ ମହାପାତ୍ର ଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର। ୨୫ ହଜାର ଲୋକ ଜୀବିକା ହରାଉଛନ୍ତି ମନୋଜ ମିଶ୍ର ଙ୍କ ଯୋଗୁଁ କହିଲେ ସବ୍ୟସାଚୀ।
ଆଜି କର୍ମ ସାଢେ଼ ୬ କୋଟି ବ୍ୟବସାୟ କଲାଣି ଆଗକୁ ୧୦ କୋଟି କରିବ। ସେଇ ୨୫ ହଜାର ଲୋକ ଫାଇଦା ପାଇବେ ବୋଲି ଉତ୍ତର ଦେଲେ ମନୋଜ ମିଶ୍ର।ସିନେମା ରେ ବ୍ୟବସାୟ ନାହିଁ, ଅଭିନେତା ଅନ୍ୟଠୁ ପଇସା ମାଗନ୍ତି। ମୋତେ କେତେ କିଏ ପଇସା ମାଗନ୍ତି ମୁଁ ଜାଣିଚି।ଓଡ଼ିଶା ର ସବୁ ସିନେମା କୁ ୨୫ ଲକ୍ଷ ଟଙ୍କାର ସବସିଡି ମିଳିବା ଦରକାର। ପ୍ରାଇମା ଟାଇମ୍ ରେ ୪ ସପ୍ତାହ ମିଳିବା ଦରକାର। ଲୋକଙ୍କୁ ପୁଣି ଓଡ଼ିଆ ସିନେମା କୁ ଫେରିବା ପାଇଁ ହଲରେ ସିନେମା ରଖିବାକୁ ହେବ।ରାଣ୍ଡି ପୁଅ ଅନନ୍ତା ନାଆଁ କୁ ବିରୋଧ। ଯୁଗକୁ ଦେଖି ସିନେମା ନାଆଁ ପରିବର୍ତ୍ତନ ହେବା ଦରକାର।

ଯେଉଁମାନେ କହୁଛନ୍ତି ଯେ ମୁଁ ଚର୍ଚ୍ଚା ରେ ରହିବାକୁ ଏମିତି କରୁଚି ସେମାନେ ମୋତେ ବାରମ୍ବାର ଚର୍ଚ୍ଚା କୁ ଟାଣୁଛନ୍ତି।ଜ୍ୟୋତି ଦାସ ମୋତେ ବାଦେଇବାକୁ କହିଲେ, ଆପତ୍ତି ଜଣକ କଥା କିଏ କାହାକୁ କହିଲା କୁହନ୍ତୁ। କଣ ମୁଁ ଆପତ୍ତି ଜନକ କଥା କହିଚି କହିଲେ ମୁଁ ତାର ଉତ୍ତର ଦେବୀ।ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆଗକୁ ନେବା ପାଇଁ ତାଙ୍କର ଜ୍ଞାନ ନାହିଁ ମୋତେ ପ୍ରିନ୍ସିପାଲ କରି ମୋ ସାଙ୍ଗରେ ଚାଲିବାକୁ ଯଦି ଚାହୁଁଛନ୍ତି ମୋର ଆପତ୍ତି ନାହିଁ।ଯେହେତୁ ଭଲ ସିନେମା ହେଉନାହିଁ, ଓଡ଼ିଆ ସିନେମା ବ୍ୟବସାୟ କରୁନାହିଁ, ଅଣ ଓଡ଼ିଆ ମାନେ ଓଡ଼ିଆ ସିନେମା ଦେଖୁନାହାନ୍ତି, ବାହାରେ ଥିବା ଓଡ଼ିଆ ଦେଖିନାହାନ୍ତି ଏଣୁ ମୁଁ କହିବା କଥା କହିବି।

 

ଯେଉଁମାନେ ନିଜକୁ ଡାଇରେକ୍ଟର କହି ଲୋକଙ୍କୁ, ପ୍ରଦ୍ୟୁସର ଙ୍କୁ ଭୁଆଁ ବୁଲାଉଥିବା ମୁଁ କହିବି। ସେମାନେ ଚୁପ୍ ହେଇ ସିନେମା ନ କରି ଅନ୍ୟ ବ୍ୟବସାୟ କରିବେ ମୁଁ ଚୁପ୍ ରହିବିି।
ସରକାର ସିନେମା ନିର୍ମାଣ ରେ ହସ୍ତକ୍ଷେପ କରନ୍ତୁ, ୨୫ ଲକ୍ଷ ସବସିଡି ଦିଅନ୍ତୁ। ଆଜିଠୁ ସବୁ ସିନେମା କୁ ପ୍ରଥମ ଦିନ ପ୍ରଥମ୍ ଶୋ ଦେଖିବି ଆଉ କହିବିମୁ ସିନେମା ର ଭବିଷ୍ୟତ ପାଇଁ ଲଢ଼ୁଛି, ଲଢ଼ିବି।