ନିଜ ସରକାର ଉପରେ ଅସନ୍ତୋଷ ପ୍ରକାଶ କଲେ ପାକିସ୍ତାନ ନାଗରିକ

0

ନୂଆଦିଲ୍ଲୀ: ଭାରତର ଜି୨୦ ସମ୍ମିଳନୀର ଆୟୋଜନକୁ ଦେଖି ନିଜ ସରକାର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନୀ ନାଗରିକ। ଆଉ କହିଛନ୍ତି ପାକିସ୍ତାନ ନିଜ ସ୍ଥିତି ସୁଧାରିବାକୁ ହେଲେ ପଡୋଶୀଠାରୁ କିଛି ଶିଖିବା ଦରକାର । ବର୍ତ୍ତମାନ ପାକିସ୍ତାନର ସ୍ଥିତି ସୁଧୁରି ନଥିବାବେଳେ ଅନେକ ଘରକାରଣା ସାମଗ୍ରୀ, ଖାଦ୍ୟ ସାମଗ୍ରୀ ସବୁର ଦର ଉଚ୍ଚ ରହିଛି । ଫଳରେ ପାକିସ୍ତାନର ଲୋକ ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହି ସମୟରେ ଭାରତରେ ଜି୨୦ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି । ଜି୨୦ର ଆୟୋଜନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କଟାକ୍ଷ କରିଥିଲେ । ଏ ସମ୍ମିଳନୀରୁ ପାକିସ୍ତାନର କିଛି ଯାଏଆସେ ନାହିଁ ବୋଲି କହିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଖାନ୍ । ହେଲେ ଏବେ ଶେହବାଜ୍ ସରକାର ଉପରେ ବର୍ଷିଛନ୍ତି ନିଜ ଦେଶର ନାଗରିକ । ପାକିସ୍ତାନୀ ନାଗରିକ କହିଛନ୍ତି ଭାରତ ବହୁତ ଆଗକୁ ଗଲାଣି, ଆହୁରି ଆଗକୁ ଯିବ । ଏଭଳି ସ୍ଥିତିରେ ପାକିସ୍ତାନକୁ ନିଜ ସ୍ଥିତି ସୁଧାରିବାକୁ ହେଲେ ପଡୋଶୀ ଭାରତ ଠାରୁ କିଛି ଶିଖିବାକୁ ପଡିବ’ । ଖୁବ୍ ଶୀଘ୍ର ବିବାଦ ଶେଷ କରି ଭାରତ ସହ ପାକିସ୍ତାନ ସରକାର ହାତ ମିଳାଇବାକୁ ଚେଷ୍ଟା କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ପାକ୍ ନାଗରିକ ।