ରେଳପଥ ପାଇଁ ଦାବିପତ୍ର

0

ସୁବର୍ଣ୍ଣପୁର:ସମ୍ବଲପୁର-ଗୋପାଳପୁର ରେଳପଥକୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବା ପାଇଁ ଏକ ଦାବି ହୋଇଛି । ଏନେଇ ସୋନପୁର ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ରଙ୍କ ନେତୄତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସୋନପୁର ସର୍କିଟ ହାଉସ ଠାରେ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର, ବାଙ୍କା ରାୟଗୁରୁ, ଗୁଣନିଧି ମେହେର ଏବଂ ମଞ୍ଚର  ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।