ସାବରୀ ସରକାରି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

0

ମାଲକାନଗତରି / ଆଶିଷ ବାଇନ: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସାବରୀ ସରକାରି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସାବରୀ ସରକାରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ତଥା JRC କାଉନସିଲର ବିଭୂତି ସେଠୀ ଙ୍କ ଅଧ୍ୟକ୍ଷତା ପରିଚାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୀପକ ମେହେର ଓ ହିମାଂଶୁ ମଣ୍ଡଳ ଏବଂ ଧନ୍ଦା ମୂଳକ ଶିକ୍ଷକ ସାଇ କୁମାର ଏମାଣ୍ଡି ଓ ସମ୍ପଦ କୁମାର ଲେଙ୍କା ଙ୍କ ଉପସ୍ଥିତି ରହିବା ସହ ବିଦ୍ୟାଳୟ ର ୪୦ ଜଣ JRC ଛାତ୍ରୀ ତଥା ୩୦ ଜଣ ସ୍କୁଉଟ ଛାତ୍ର ମାନଙ୍କୁ ନେଇ ନିକଟସ୍ଥ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ଗ୍ରାମ ବିଶ୍ରାମ ସ୍ଥଳି ଏବଂ ଚଳିତ ବର୍ଷ ହେବାକୁ ଥିବା ମା ଦୁର୍ଗା ମଣ୍ଡପ ଠାରେ ସଫେଇ ଓ ବ୍ଲିଚିଁ ପାଉଡର ପକାଇ ଥିଲେ । ଏହାକୁ ଦେଖି ଗାଁ ର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିଥିଲେ ଏବଂ ସମସ୍ତ ଶିକ୍ଷକ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ।