ସମ୍ବଲପୁର: ଜଳିଗଲା କପଡା ଗୋଦାମ । ଦେଖୁ ଦେଖୁ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୁଚିଣ୍ଡାର ଏକ କପଡା ଦୋକାନରେ । ଦୁଇ ମହଲାରେ ଥିବା ଏକ କପଡା ଦୋକାନରେ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ପାଇଁ କରୁଛି ଉଦ୍ୟମ । କପଡା ଗୋଦାମ ହୋଇଥିବାରୁ ନିଆଁ ଧିରେ ଧିରେ ବଢ଼ିବାରେ ଲାଗିଛି । ଆୟତ୍ତ କରିବାକୁ ନାକେଦମ ହେଉଛି ଅଗ୍ନିଶମ ବାହିନୀ ।