ଅମରନାଥରେ ବାଦଲ ଫଟା ବର୍ଷା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

0

ଜମ୍ମୁ କଶ୍ମୀର:ଜମ୍ମୁ କଶ୍ମୀରର ଅମରନାଥ ନିକଟରେ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି ।ଅମରନାଥର ଗୁମ୍ଫାର ପାଖାପାଖି ଅଂଚଳରେ ବାଦଲ ଫଟା ବର୍ଷା କାରଣରୁ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଥିବା ସୂଚନା ମିଳିଛି ।ତେବେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ବାବାଙ୍କ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଯାଇଥିଲେ । ବାଦଲ ଫାଟିବା ପରେ ପାଣି ଅମରନାଥ ଗୁମ୍ଫା ନିକଟରେ ଥିବା ଟେଣ୍ଟକୁ ଧୋଇନେଇଥିଲା । ଏଥିରେ ଭକ୍ତମାନେ ଆଶ୍ରୟ ନେଇଥିଲେ । ଏହାପରେ ଅମରନାଥ ଦର୍ଶନରେ ଯାଇଥିବା ଭକ୍ତଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଶ୍ରଦ୍ଧାଳୁ ଭାସିଯାଇଥିଲେ । ଉକ୍ତ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।