(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆମେରିକାର ବୋଷ୍ଟନରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କ ମନ ମୋହି ଥିଲେ । ଫଲରେ ସେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ଅର୍ଜନ କରିବାର ଗୌରବ ଲାଭ କରିଥିଲେ ।
ଏନେଇ ଆଜି ଶ୍ରୀ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିିତ କରିଛନ୍ତି । ସେ ସୁଦର୍ଶନଙ୍କୁ ଉପଢୌକନ ଦେବା ସହ ଏକ ରୌପ୍ୟ କଳାକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ । ତା ସହିତ ନିଜ କଳା ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ କିପରି ବିଶ୍ୱ ଦରବାରରେ ପରିଚିତ କରାଇବେ ସେ ନେଇ ପରାମର୍ଶ ଦେଇଛନ୍ତି ।
ଏହି ଚାମ୍ପିଅନସିପରେ ସୁଦର୍ଶନ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବାଲୁକା କଳା ର୍ନିମାଣ କରି ସେଭ୍ ଓସିଏନର ବାର୍ତ୍ତା ଦେଇଥିଲେ। ଯାହା ଫଳରେ ପିପୁଲ୍ସ ଚଏସ ଆୱାର୍ଡ ହାତେଇ ପାରିଛନ୍ତି। ତେବେ ସେହି ବାଲୁକା କଳା ତିଆରି କରିବା ପାଇଁ ସୁଦର୍ଶନଙ୍କୁ ୩ ଦିନ ସମୟ ଲାଗିଥିଲା। ଏଥିରେ ୧୫ ଟି ଦେଶ ଭାଗ ନେଇଥିଲେ ।