ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ଆସନ୍ତା କାଲି ମାଲକାନଗିରି ଜିଲ୍ଲା ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଦଳର ଅନ୍ୟ ମନ୍ତ୍ରୀ ମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଅଛି l ଯାହାକୁ ନେଇ ଆଜି ଜିଲ୍ଲା ବିଜେପି ଗଣମାଧ୍ୟମ ସାମ୍ନାରେ ଅନେକ କିଛି ପ୍ରଶ୍ନ ରଖିଛି l ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଥିବା ବେଳେ ମଧ୍ୟ କାହିଁକି ଆଜି ଯାଏ ରାଜ୍ୟରେ ତାହା ଲାଗୁ କରାଯାଇନାହିଁ l
ଆଗରୁ ରାଜ୍ୟ ସରକାରଙ୍କ ବିଜୁସ୍ୱାସ୍ଥ୍ୟ ଯୋଜନା ଥିବା ବେଳେ ମଧ୍ୟ କେବଳ ଖାଲି ସେହି ଯୋଜନା କୁ ସ୍ମାର୍ଟକାର୍ଡରେ ପରିବର୍ତ୍ତନ କରି ଆଗକୁ ଥିବା ପଞ୍ଚାୟତ ଇଲେକ୍ସନରେ ଭୋଟ ହାତେଇବାକୁ ଯୋଜନା ରଖିଛି କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ lଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖାଲି ବଡ ରୁ ବଡ଼ ଅଟାଳିକା ଛଡା ନା ଅଛନ୍ତି ଡାକ୍ତର ନା ଅଛନ୍ତି ଆଶାନୁରୂପକ ସ୍ୱାସ୍ଥ୍ୟ କର୍ମୀ l ଏହା ଛଡା ଶିକ୍ଷା ବ୍ୟବସ୍ଥାର କଥା କହିଲେ ନଶରେ l ଜିଲ୍ଲା ଅନେକ ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଥିବା ବେଳେ ସେ ସବୁ ପ୍ରତୀ ସରକାରଙ୍କ ନିଘା ନାହିଁ l ସେହିପରି ଗମନା ଗମନ, ଶିଳ୍ପାନୁଷ୍ଠାନ, ଏମିତି ଅନେକ କିଛି ପ୍ରସଙ୍ଗରେ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପଶ୍ନ କରିଛନ୍ତି ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଢି lଏହା ସହ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ଭୁବନେଶ୍ୱର ଛାଡିବା ପୂର୍ବରୁ ଏହି ସମସ୍ତ ସମସ୍ୟାର ସମାଧାନ କରିବା ଦିଗରେ ନିଷ୍ପତି ନେଇ ଆସନ୍ତୁ ବୋଲି ଦାବି କରିଛି ଜିଲ୍ଲା ବିଜେପି lଏହା ସହ ଆସନ୍ତା କାଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଥମ ଥର ପାଇଁ କୋରାପୁଟ ଗ୍ରସ୍ତରେ ଆସି ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରିବା ସହ ମାଲକାନଗିରିକୁ ରେଳ ଚଳାଚଳ ପାଇଁ କିଭଳି ଭିତ୍ତି ଭୂମି କର୍ଯ୍ୟ କରିହେବ ସେ ନେଇ ଆଲୋଚନା କରିବା ସୂଚନା ମଧ୍ୟ ଦେଇଛନ୍ତି ଶ୍ରୀ ମାଢି lଏହି ସଭାରେ ଜିଲ୍ଲା ସଭାପତି ଦଶରଥ ପଡ଼ିଆମି,ଜିଲ୍ଲା ପ୍ରଭାରୀ କାଳିରମ ମାଝୀ, ଯୁବମୋର୍ଚା ପ୍ରଭାରୀ ଉମେଶ ଖୋସଲା ଙ୍କ ସହ ଅନେକ ବିଜେପି ସଦସ୍ୟ ଯୋଗଦେଇଥିଲେ l