ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ଆଇପିଏସ ମରୁଡି। ବିଧାନସଭାରେ ଆସିଲା ଏମିତି ତଥ୍ୟ। ଖାଲି ପଡିଛି 66 ପଦବୀ ଖାଲି ପଡ଼ିଥିବା ବେଳେ 69 ଆଇପିଏସ ପଦବି ଖାଲି ପଡିଛି। ରାଜ୍ୟରେ ଓଡିଶା କ୍ୟାଡରରେ 248 IAS ପଦବୀ ଥିବା ବେଳେ ୧୮୨ ଜଣ IAS ଅଧିକାରୀ କାର୍ଯ୍ୟରତ ଅଛନ୍ତି। ଏହା ବ୍ୟତୀତ ୨ ଜଣ IAS ଅଧିକାରୀ ଆନ୍ତଃ ରାଜ୍ୟ ଡେପୁଟେସନ ରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି। ୨୨ ଜଣ IAS ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ ପଦବୀ ସଂଖ୍ୟା ୧୯୫ ଥିବା ବେଳେ ତନ୍ମଧ୍ୟରୁ ୬୯ ଟି ପଦବୀ ଖାଲି ଅଛି। ଏବଂ ୧୦ ଜଣ ଆଇପିଏସ ଅଧିକାରୀ ବର୍ତ୍ତମାନ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।