ବଡଦାଣ୍ଡରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ,ଦର୍ଶନ କଲେ ଚତୁଦ୍ଧାମୂର୍ତ୍ତୀ

0

(ମମତା ସାମଲ)ରିପୋର୍ଟସଟୁଡେ: ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତିନି ଠାକୁରଙ୍କୁ ରଥରେ ଟିକିଏ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ହଜାର ହଜାର ଭକ୍ତ ପୁରୀକୁ ଛୁଟି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ବି ଏଥିରୁ ବାଦ ପଡିନାହାନ୍ତି । ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି । ଏଠାରେ ରଥଯାତ୍ରା ଅବସରରେ ପ୍ରକାଶିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରିବା ସହ ଭକ୍ତଙ୍କୁ ଜଳ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତା, ମନ୍ତ୍ରୀ ପୁରୀ ଗସ୍ତ କରିଛନ୍ତି ।