ପାଲା ଗାୟକ ପରିଷଦ ଓଡିଶା କଟକ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0

କଟକ/ଜଗନ୍ନାଥ ମହାନ୍ତି: ରାଜ୍ୟ ପାଲା ଗାୟକ ପରିଷଦ ଓଡିଶା କଟକ ଜିଲ୍ଲା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳ କଟକଙ୍କ ଜରିଆରେ ପ୍ରଦାନ କରାଯାଇଛି । କରୋନା ପରିସ୍ଥିତିରେ ଓଡ଼ିଶାର ପାଲା କଳାକାର ମାନେ ଅତ୍ୟନ୍ତ ଦୁଃଖଦ ଅବସ୍ଥାରେ ଅଛନ୍ତି ଏମାନଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ।ଏତଦ ବ୍ୟତୀତ ପାଲା ମଞ୍ଚକୁ ସହାୟତା କଳାକାର ଭତ୍ତା ବୃଦ୍ଧି ପାଲା କଳାକାର ମାନଙ୍କୁ ବୀମା ଭୁକ୍ତ କରିବା ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ରେ ପାଲା ଦଳକୁ ନିୟୋଜନ କରାଇବା ପାଲା କଳାର ବିକାଶ ପାଇଁ ପାଲା ଏକାଡେମୀ ପ୍ରତିଷ୍ଠା କରାଇବା ଆଦି ବିଭିନ୍ନ ଦାବି ଉଲ୍ଲେଖ କରାଯାଇ ପରିଷଦର ସଭାପତି ମଦନ ମୋହନ ଜେନା ଜ୍ଞାନ ପ୍ରିୟ କାନୁନଗୋ ସୁବାସ ଚନ୍ଦ୍ର ପରିଜା ଉଗ୍ରସେନ ପାଢ଼ୀ ପଞ୍ଚାନନ ଦାସ ବସନ୍ତ ମୁଦୁଲି ପ୍ରଭୃତି ପାଲା ଗାୟକ ମାନେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରିଥିଲେ ।