ତିତଲି କ୍ଷତିଗ୍ରସ୍ତଙ୍କୁ ମିଳିବ ବିଜୁ ପକ୍କା ଘର: ମୁଖ୍ୟମନ୍ତ୍ରୀ

0

(ଋିପୋର୍ଟସଟୁଡେ) ତିତଲି ବାତ୍ୟାରେ ବାସ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଘର ମିଳିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ତିତଲି ବାତ୍ୟାରେ ଘର ହରାଇଥିବା ୧୩,୦୦୦ ପ୍ରପୀଡିତଙ୍କୁ ବିଜୁପକ୍କା ଘର ମିଳିବ। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସରକାରଙ୍କ ପକ୍ଷରୁ ଏଥିପାଇଁ ୧୭୬କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତଲି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଖୁବ ଶୀଘ୍ର ଆଉ ଦୁଇ ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ବି କହିଥିଲେ।