ପୁଅ ଜନ୍ମଦିନରେ ଚାଲିଗଲେ ଜନ୍ମଦାତ୍ରୀ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ଦୀର୍ଘଦିନ ଧରି ଅସୁସ୍ଥ ଥିବା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କର ଆଜି ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସ୍ନେହଲତା ଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବାସଭବନରେ ପହଁଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବିଡ଼ିଏ ଅଧ୍ୟକ୍ଷ ଅନନ୍ତ ନାରାୟଣ ଜେନା ଙ୍କ ସହିତ
ବହୁ ରାଜନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଅପରପକ୍ଷରେ ଆଜି ସମ୍ବିତ ରାଉତ ରାୟ ଙ୍କ ଜନ୍ମ ଦିନ ଥିବା ବେଳେ ମାତୃ ବିୟୋଗକୁ ନେଇ ସେ ଶୋକରେ ଭାଙ୍ଗିପଡ଼ିଛନ୍ତିା