ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଏଫ୍‌ସି ଜର୍ସି ଉପହାର | ଇଣ୍ଡିଆନ ସୁପର ଲିଗର ୨୦୨୩-୨୪ ସଂସ୍କରଣ ଓ ଏଏଫ୍‌ସି କପ୍‌ରେ ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ଅଂଶଗ୍ରହଣ କରୁଛି। ତେଣୁ ଏହି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଏଫସି ପକ୍ଷରୁ ତାଙ୍କୁ ଏକ ଜର୍ସି ଉପହାର ଦିଆଯାଇଛି। ଏହି ଅବସରରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେରା, ଅଧିନାୟକ ତଥା ଗୋଲକିପର ଅମ୍ରିନ୍ଦର ସିଂହ ଓ ଓଡ଼ିଆ ଖେଳାଳି ଟଙ୍କଧର ବାଗ୍‌ ଉପସ୍ଥିତ ଥିଲେ।

Chief Minister Naveen Patnaik presented with Odisha FC jersey ahead of the upcoming ISL 2023

 

ଗତ ସଂସ୍କରଣରେ ଓଡ଼ିଶା ଏଫ୍‌ସିର ଦମ୍‌ଦାର ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଏଫସିକୁ ଅଭିନନ୍ଦନ ଜଣାଇଥିଲେ। ଫୁଟବଲ୍‌କୁ ସହାୟତା ଯୋଗାଉଥିବାରୁ ତଥା ଖେଳାଳିଙ୍କ ପାଇଁ ଶ୍ରେଷ୍ଠ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଦଳର ପ୍ରଶିକ୍ଷକ ଓ ଅଧିନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।