ରାୟଗଡ ଜିଲ୍ଲାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ରାୟଗଡ : ଆଜି ରାୟଗଡ ଜିଲ୍ଲା ଗସ୍ତରେ ଆସି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାୟଗଡ ଜିଲ୍ଲା ଟିକିରି ଠାରେ ଆୟୋଜିତ ବିଶାଳ ସମାବେଶରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଲୋକଙ୍କ ସମର୍ଥନ ମାଗିଥିଲେ । ରାଜ୍ୟ ସରକାର ଓଡ଼ିଶା ବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଜୋଯନା, ଲକ୍ଷ୍ମୀ ବସ ଯୋଜନା ,ମିଶନ ଶକ୍ତି ପରି ଯୋଜନା ଲାଗୁ କରି ଗରିବ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିବା ପ୍ରକାଶ କରିଥିଲେ । ଅଯଥା ବିରୋଧୀ ମିଛ ଓ ଅପ୍ରଚାର କରୁଥିବା ପ୍ରକାଶ କରିଥିଲେ । ଏହି ସମାବେଶ ରେ ବିଜେଡି କୋରାପୁଟ ସାଂସଦ ପ୍ରାଥି କୌଶଲ୍ୟା ହିକକା ଙ୍କ ସହ ରାୟଗଡ ବିଜେଡି ପ୍ରାଥି ଅନୁସୂୟା ମାଝି ,ବିଷମକଟକ ବିଜେଡି ପ୍ର୍ରାଥି ଜଗନ୍ନାଥ ସାରକା ,ଗୁଣୁପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରାୟଗଡ ବିଜେଡ଼ି ଜିଲ୍ଲା ସଭାପତି ଏନ ଭାସ୍କର ରାଓ ,ରାଜ୍ୟ ବିଜେଡ଼ି ସାଧାରଣ ସଂପାଦକ ସୁଧୀର ଦାସ,କାଶୀପୁର ବ୍ଲକ ର ବରିଷ୍ଠ ବିଜେଡ଼ି ନେତା କୃଷ୍ଣ ମହାପାତ୍ର ,ଜଗଦୀଶ ପାତ୍ର ଯୋଗ ଦେଇଥିଲେ ।