ମାଓ ମୁକାବିଲା ବୈଠକରେ ଯୋଗ ଦେବେ ନବୀନ

0

(ଅନୁସ୍ୱୟା)ଭୁବନେଶ୍ୱର: ଚାରିଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ । ଗୃହମନ୍ତ୍ରୀ ଅମିତ ଶାହ ମାଓ ପ୍ରଭାବିତ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ସାମିଲ ହେବେ । ମାଓ ମୁକାବିଲା ନେଇ ଏହି ବୈଠକରେ ସ୍ୱତନ୍ତ୍ର ରଣନୀତି ନେଇ ଆଲୋଚନା ହେବ । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାହଙ୍କ ସହ ବୈଠକରେ ସାମିଲ ହେବେ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସମୀକ୍ଷା ବୈଠକ କରିଥିଲେ । କେନ୍ଦ୍ରକୁ ମାଓ ମୁକାବିଲା ନେଇ କେଉଁ ପ୍ରସ୍ତାବ ଦିଆଯିବ, ସେ ନେଇ ବୈଠକରେ ଆଲୋଚନା ହୋଇଛି ।