ଭୁବନେଶ୍ୱର : ନବୀନ ନିବାସ ରେ ନୀତିଶ | ନବୀନ ନିବାସ ରେ ପଂହଁଚିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର | କିଛି ସମୟ ଉଭୟ ଆଲୋଚନା କରିବା ସହ ଗୋଟିଏ ଟେବୁଲ ରେ ବସି ଉଭୟ ନେତା ନବୀନ ଏବଂ ନୀତିଶ କୁମାର ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି | ନୀତିଶ ବିମାନ ବନ୍ଦରରେ ପଂହଁଚିବା ପରେ ବିଜେଡି ପକ୍ଷରୁ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଜେଡି ଉପ ସଭାପତି ଦେବି ମିଶ୍ର ନୀତିଶଙ୍କୁ ସ୍ୱାଗତ କରିଥିଲେ | ନୀତିଶଙ୍କ ଗସ୍ତ ପାଇଁ ବିଜେଡି ଶିବିର ଚଳ ଚଞ୍ଚଳ ହୋଇ ଉଠିଛି |