(ସରୋଜ ରାଉତ)ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାରତର ସମ୍ବିଧାନକୁ ଉଲଘଂନ କରିଛନ୍ତି ବୋଲି ଆଜି ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି । ଭାରତ ବର୍ଷର ସମ୍ବିଧାନ ଅନୁଯାୟୀ ବିହାର, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆଦୀବାସୀ ମାନଙ୍କ ଉନ୍ନତିକୁ ନେଇ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । କିନ୍ତୁ ଓଡ଼ିଶାରେ ସମସ୍ତ ବିଭାଗରେ ମନ୍ତ୍ରୀ ମାନଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ଏହି ବିଭାଗରେ କୈଣସି କ୍ୟାବିନେଟ ମନ୍ତ୍ରୀ ନିୟୋଜିତ କରାଯାଇନାହିଁ । ଏ ନେଇ ଶ୍ରୀ ଜେନା ଆଜି ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆଗରେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ସମସ୍ତ ମନ୍ତ୍ରୀ ମାନେ ଇସ୍ତପା ଦେଇ ପୁନର୍ବାର ଆଦିବାସୀ କଲ୍ୟାଣ ବିଭାଗରେ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କୁ ନିୟୋଜିତ କରି ଶପଥ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି ।