ଅଭିଯୋଗ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟବସ୍ଥା ବୁଝି ମେଡିକାଲ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର : ମାନବିକତା ଦେଖାଇଲେ ମୁଖ୍ୟମନ୍ତ୍ରୀ  । ଦିବ୍ୟାଙ୍ଗଙ୍କୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟବସ୍ଥା ବୁଝି ମେଡିକାଲ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ,  ଆଜି ଜଣେ ୧୨ ବର୍ଷୀୟ ବାଳକ ଚିକିତ୍ସା ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ।  ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏବଂ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ପ୍ରାଥମିକ ପରୀକ୍ଷା ପରେ ଚିକିତ୍ସା କରାଯିବ। ସମସ୍ତ ଚିକିତ୍ସା ଦାୟିତ୍ଵ ସରକାର ନେବେ ବୋଲି ସୂଚନା ମିଳିଛି।

ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଜାରି ରହିଛି।