ଯୋରନ୍ଦା ଗାଦୀରେ ମୁଖ୍ୟମନ୍ତ୍ରୀ : ୩ଟି ପ୍ରକଳ୍ପର କରିବେ ଶିଳାନ୍ୟାସ

0

ଯୋରନ୍ଦା : ଯୋରନ୍ଦା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳଚଞ୍ଚଳ ମହିବା ଗାଦି ଅଂଚଳ । ୩ଟି ପ୍ରକଳ୍ପର ହୋବ ଶିଳାନ୍ୟାସ । ମହିବାଗାଦି ଚତୁଃପାଶ୍ୱର୍ ଉନ୍ନତିକରଣ, ଭବ୍ୟ ମହିଗାଦି ଶୂନ୍ୟମଣ୍ଡପ ଏବଂ ଉପସନା ପୀଠ ଏବଂ ବତୀ ମଣ୍ଡପର କୂମିପୂଜନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମହିମା ଗାଦିର ଉଭୟ କୌପିନଧାରୀ ବକଳଧାରୀ ମହିମା ସାଧୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁସନ୍ଥ ଯୋରନ୍ଦା ପୀଠକୁ ଆସି ଭିଡ଼ ଜମାଇଛନ୍ତି ।

୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନରେ ଆସି ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ । ମହିମାଗାଦିର ଉନ୍ନତିକରଣ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ମହିମା ଗାଦିର ଉନ୍ନତି କରଣ ପାଇଁ ୧୧୨କୋଟି ଟଙ୍କାର ମଂଜୁର କରିଛନ୍ତି । ମହିମା ଗାଦିର ବିକାଶ କାମ ଶେଷ ହେବା ପରେ ଏହା ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯୋରନ୍ଦା ହାଇସ୍କୁଲ ଖେଳପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ ଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି ।