ଭୁବନେଶ୍ୱର: ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଏବେ ଶାନ୍ତି ଓ ବିକାଶର ପରିଚୟ ପାଲଟିଛି। ବିଭିନ୍ନ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ବିକାଶର ନୂଆ ପରିଭାଷା ସାଜିଛି । ବିକାଶ କେବଳ ଏକ ସରକାରୀ ଆଭିମୁଖ୍ୟ ନୁହେଁ, ଜନସାଧାରଣ ହେଉଛନ୍ତି ବିକାଶର ଭାଗିଦାର । ବିକାଶ ପ୍ରକ୍ରିୟାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ।
ଓଡ଼ିଶା ଏବେ ଶାନ୍ତି ଓ ବିକାଶର ନୂଆ ପରିଚୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିକାଶର ନୂଆ ପରିଭାଷା ସାଜିଛି। ବିକାଶ କେବଳ ଏକ ସରକାରୀ ଆଭିମୁଖ୍ୟ ହେବା ଉଚିତ ନୁହେଁ। ଜନସାଧାରଣ ହେଉଛନ୍ତି ବିକାଶର ଭାଗିଦାର। ଆମର ପ୍ରକୃତ ବିକାଶ ପାଇଁ ବିକାଶ ପ୍ରକ୍ରିୟାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ। pic.twitter.com/2af05QIApa
— Naveen Patnaik (@Naveen_Odisha) April 1, 2021