(ଶିଳାସ୍ମିତା ରାୟ) ନୂଆଦିଲ୍ଲୀ: ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି ଏନ ଶେଷାନଙ୍କର ନିଧନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ମାଗାସେସେ ପୁରସ୍କାର ବିଜେତା ତଥା ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି ଏନ ଶେଷାନଙ୍କ ପରଲୋକ ଖବର ଦୁଃଖଦାୟକ । ସେ ତାଙ୍କ କାର୍ଯ୍ୟକାଳ ସମୟରେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିଥିଲେ । ନିଷ୍ଠାପରତା, ସ୍ୱଚ୍ଛତା ଓ ନିରପେକ୍ଷତା ଥିଲା ଶେଷାଙ୍କଙ୍କ ପରିଚୟ ।
ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି ଏନ ଶେଷାନଙ୍କର ୮୭ ବର୍ଷରେ ଗତକାଲି ପରଲୋକ ହୋଇଯାଇଛି । ସେ ତାମିଲନାଡୁ ସରକାରରେ ବିଭିନ୍ନ ବିଭାଗ ତୁଲାଇବା ପରେ କେନ୍ଦ୍ର ସରକାର ଅଧୀନରେ କାର୍ଯ
କରିଥିଲେ । ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ର କ୍ୟାବିନେଟ ସଚିବ ଭାବେ ତାଙ୍କ କାର୍ଯ୍ୟ ସ୍ମରଣୀୟ ରହିବ । ଏଥିସହ ସେ କେନ୍ଦ୍ର ପ୍ଲାନିଂ କମିସନ ସଦସ୍ୟ ମଧ୍ୟ ଥିଲେ । ସେ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିସନର ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ସମୟରେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିଥିଲେ ଶେଷାନଙ୍କ । ସେତେବେଳେ ସେ ଦେଶର ନିର୍ବାଚନ ପ୍ରକ୍ରିୟାରେ କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ।