(ରିପୋର୍ଟସ ଟୁଡ଼େ / ହରପ୍ରସାଦ ବିଶୋଇ / ଆଦର୍ଶ ରାଉତ ): ନୂଆଦିଲ୍ଲୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂରଗାମୀ ସିଏନଜି ବସ୍ ଉଦଘାଟନ କରିଛନ୍ତି । ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ପ୍ରଥମ ସିଏନଜି ବସ୍ ଚଳାଚଳ କରିବ । ଥରେ ଗ୍ୟାସ୍ ଭରିଲେ ବସ୍ ୧୧୪୧ କିଲୋମିଟର ପର୍ୟ୍ୟନ୍ତ ଦୂରତା ଅତିକ୍ରମ କରି ପାରିବ। ତିନୋଟି କମ୍ପାନୀର ମିଳିତ ଉଦ୍ୟମର ଏହାର ନିର୍ମାଣ ହୋଇଛି। ଯାହା ପୂର୍ବେ ଥରେ ଗ୍ୟାସ୍ ଭରିଲେ ୨୫୦ କିମି ଯାଏ ଯାଇପାରୁଥିଲା
ବସରେ ହାଲୁକା କମ୍ପୋଜିଟ୍ ସିଲିଣ୍ଡର ସଂଯୋଗ କରାଯାଇଛି। ଯାହାର ମୂଲ୍ୟ ୧୦ ରୁ ୧୧ ଲକ୍ଷ ଟଙ୍କା ରହିଛି। ଏହାର ଓଜନ ସଂପ୍ରତି ସିଏନଜି ସିଲିଣ୍ଡର ତୂଳନାରେ ୭୦ ପ୍ରତିଶତ କମ ରହିଛି। ଏହି ନୂତନ ସିଲିଣ୍ଡରରେ ୨୨୫ରୁ ୨୭୫ କିଲୋଗ୍ରାମ ସିଏନଜି ଭରାଯାଇ ପାରିବ।
ବଢୁଥିବା ପ୍ରଦୂଷଣକୁ ରୋକିବା ଲାଗି ସରକାର ସିଏନଜି ଓ ବିଦ୍ୟୁତଚାଳିତ ଯାନର ଅଧିକ ବ୍ୟବହାର ଲାଗି ପ୍ରୋତ୍ସାହନ ଦେବାକୁ ପ୍ରୟାସ କରୁଛନ୍ତି। ଦେଶର ପ୍ରଥମ ଏହି ଦୂରଗାମୀ ସିଏନଜି ବସ୍ କେବଳ ପ୍ରଦୂଷଣ ରୋକିବ ନାହିଁ, ବରଂ ତୈଳ ଖର୍ଚ୍ଚ ମଧ୍ୟ ବଞ୍ଚାଇବ। ଏହା ସହିତ ଅଧିକାଂଶ ବଡ଼ କାର କମ୍ପାନୀ ମଧ୍ୟ ଏବେ ବୈଦ୍ୟୁତିକ ଯାନ ନିର୍ମାଣ ଲାଗି ଆଗଭର ହେଉଥିବା ଦେଖିବାକୁ ମିଳିଛି।