ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ଦେଖାଦେଇଛି ବିଦ୍ୟତ୍ ସଂଙ୍କଟ । କୋଇଲା ଅଭାବର ସଂଙ୍କଟ ଦେଇ ଗତି କରୁଛି ଆନ୍ଧ୍ର । ଏନେଇ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଭାରର୍ଚୁଆଲ ଏସଓଏସ ମାଧ୍ୟମରେ କେନ୍ଦ୍ରକୁ ସୂଚନା ଦେଇଛନ୍ତି । କୋଇଲା ଆବଣ୍ଟନ ଓ କୋଇଲା ଚାଳିତ ବିଦ୍ୟତ ପ୍ଲାଣ୍ଟର ପୁନରୁଥ୍ଥାନ ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଦୈନିକ ୧୮୫ରୁ ୧୯୦ ମିଲିୟନ ୟୁନିଟ ବିଜୁଳି ଦରକାର ପଡୁଥିବା ବେଳେ କୋଇଲା ଅଭାବରୁ ଏହା ଆଗାମି କିଛି ଦିନରେ ହ୍ରାସ ପାଇବା ନେଇ ଆକଳନ କରାଯାଇଛି ।