ସ୍ୱାସ୍ଥ୍ୟ ପକ୍ଷେ ହିତକର ପଇଡ଼ ପାଣି

0

(ଶୁଭସ୍ମିତା ଦାଶ): ଆଜିକାଲି ବଜାରରେ ବିଭନ୍ନ ଥଣ୍ଡା ପାନୀୟ ମିଳୁଛି । ଯାହାକି କେମିକାଲ ଯୁକ୍ତ । ଯାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ନିୟମିତ ଭାବେ ଏହାକୁ ସେବନ କଲେ ଆପଣ ରୋଗରେ ଆକ୍ରାନ୍ତ ହେବେ । ତେବେ ଯେତେ ଦୂର ସମ୍ଭବ ଏଥିରୁ ନିଜକୁ ନିବୃତ୍ତ ରଖନ୍ତୁ । ଏହା ବଦଳରେ ଆପଣ ପଇଡ଼ ପାଣି ପିଇ ପାରିବେ । ଯାହା ଉଭୟ ପେଟ ଓ ସ୍ୱାସ୍ଥ୍ୟ ପାଇଁ ହିତକର ।

ଆସନ୍ତୁ ଜାଣିବା ପଇଡ଼ ପାଣି ପିଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ
ପଇଡ଼ ପାଣିରେ ରହିଛି ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍- ସି,ଏନ୍ଜାଇମ୍, ବି- କପ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଯେ କୌଣସି ଋତୁରେ ଆପଣ ଏହାକୁ ପିଇ ପାରିବେ ।
୧- ପଇଡ଼ ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ କରି ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ଏହାକୁ ନିୟମିତ ଭାବେ ପିଇପାରିବେ ।
୨- ଗର୍ଭବସ୍ଥାରେ ଥିବା ମହିଳାମାନେ ଏହାକୁ ମଧ୍ୟ ନିୟମିତ ଭାବେ ପିଇପାରିବେ । ଏହା ଫଲରେ ଶରୀର ସୁସ୍ଥ ରହିବା ସହ ଅନେକ ଫାଇଦା ମିଳିଥାଏ ।
୩- ଶରୀରରେ କୋଲେଷ୍ଟ୍ରଲର ପରିମାଣ ବଢିବା ଦ୍ୱାରା ଅନେକ ରୋଗ ହୋବର ସମ୍ଭାବନା ଦେଖାଦେଇଥାଏ । ଏହା ଫ୍ୟାଟ ଫ୍ରି ହୋଇଥିବାରୁ ମୁକ୍ତି ଦେଇଥାଏ ।
୪- ମଦ ପିଇବା ଦ୍ୱାରା କିଛି ଲୋକଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ଚାହିଁଥିଲେ ପଇଡ଼ ପାଣି ପିଅନ୍ତୁ । ଯାହାକି ଆପଣଙ୍କୁ ତୁରନ୍ତ ମୁଣ୍ଡବିନ୍ଧ ।ରୁ ମୁକ୍ତି ଦେଇପାରିବ ।
୫- ଏହା ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।
୬- ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେଉଁ ନଥିଲେ ଆପଣ ନିୟମିତ ପଇଡ଼ ପାଣି ପିଅନ୍ତୁ । ଏହାଶରୀରରେ ରକ୍ତ ସଞ୍ଚାଳନ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟଥିବାରୁ ଏହା ରକ୍ତ ସଞ୍ଚାଳନ ଠିକ୍ ଭାବେ କରିଥାଏ ।