କଲବଲ କରୁଛି ପ୍ରବଳ ଜାଡ : ଥରୁଛନ୍ତି ଦ୍ୱେତନଗରୀ ବାସିନ୍ଦା

0

ବ୍ୟୁରୋ : ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଟ୍ବିନ ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି ।

ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର ହୋଇପଡିଛି । ଟ୍ୱିନ୍ ସିଟିରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ବର, କଟକ ନୁହେଁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଆସନ୍ତାକାଲିଠାରୁ ଶୀତ କମିବ ବୋଲି ପାଣିପାଗର ସୂଚନା ରହିଛି ।


ସେହିପରି ଦିଲ୍ଲୀରେ ଗତ ୩ ଦିନ ଧରି ବହୁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଆସିଛି ।ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟରେ ଘନକୁହୁଡି ସ୍ଥିତି ପରିଲକ୍ଷିତ ହୋଇଛି । ଆଜି ବି ସେହି ସ୍ଥିତି ଲାଗି ରହିଛି । କେବଳ ଉତ୍ତରଭାରତ ନୁହେଁ ମୁମ୍ବାଇରେ ବି ସ୍ଥିତି ହୋଇଛି ଜଟିଳ। ଘନକୁହୁଡିରେ ଆଚ୍ଛାଦିତ ହୋଇଛି ମହାନଗର । ଫଳରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରବଳ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ ପାଇଛି ।