(ମମତା ସାମଲ): ରାଜ୍ୟରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରେକର୍ଡ କରାଯାଇଛି । ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ଲହରୀ ସହ ଘନ କୁହୁଡି ଦେଖିବାକୁ ମିଳୁଛି । ଦୁଇ ଦିନ ପାଇଁ କିଛି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡିକ ହେଲା – ଝାରସୁଗୁଡା,ସୁନ୍ଦରଗଡ,ଦେଓଗଡ,ଅନୁଗୁଳ,ବୌଦ୍ଧ ଓ କନ୍ଧମାଳ ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ।