୨୮ରୁ ରାଜ୍ୟରେ ପାରଦ ଖସିବ

0

(ଅନୁସ୍ୱୟା/ଭୁବନେଶ୍ୱର):ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହେଉଥିବା ଉପକୂଳ ଓ ଆଭ୍ୟନ୍ତରୀଣ । ଏବେ ଟିକିଏ ନିସ୍ତାର ମିଳିବ। ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଭାବରେ କୁହୁଡ଼ି କମିବ। ଉପକୂଳ ଓଡ଼ିଶାକୁ ବର୍ଷା ସମ୍ଭାବନା ନାହିଁ। ହେଲେ ଦିନ ସାରା କୋହଲା ପାଗ ଲାଗିରହିବ। ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଏବେ ଉପକୂଳ ଓଡ଼ିଶାରେ କୁହୁଡ଼ି କମିବ। ୨୬ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୨୬ ଓ ୨୭ ତାରିଖରେ ବର୍ଷା ହେବ। ୨୭ ଓ ୨୮ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ହେବାର ବହୁତ ସମ୍ଭାବନା ରହିଛି।