ଭୁଶୁଡିଲା ପୋଲ : ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

0

ବ୍ୟୁରୋ : ଭୁଶୁଡିଲା ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ। ନୀଳଗିରି ବ୍ଲକ ଅଧିନ ବଗେୁନିଆ ତୋଟାପଡା ରାସ୍ତାରେ ଥିବା ଏହି ପୋଲଟି ଭୁଶୁଡି ପଡିଛି । ସୋନା ନଦୀର ଏପରେ ନିର୍ମିତ ଏହି ପୋଲଟି ଭୁଶୁଡି ପଡିଛି । କିଛି ଦିନ ପୂର୍ବରୁ ପୋଲଟିର ଗୋଟିଏ ପାଖ ଭୁଶୁଡି ପଡିଥିଲାବେଳେ ଆଜି ପୋଲଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଫଳରେ ବେଗୁନିଆରୁ ୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ତେବେ ଅଞ୍ଚଳର ଅଧିକାଂଶ ଲୋକ ପରିବା ଚାଷୀ ହୋଇଥିବାରୁ ବାହାରକୁ ଆସି ନପାରି ୧୫ କିଲୋମିଟର ବୁଲି ଲୋକଙ୍କୁ ଆସିବାକୁ ପଡୁଛି। ତେଣୁ ପ୍ରଶାସନ ଶୀଘ୍ର ଏହାର ସମାଧାନ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।