ଧାନ ରୋଇଲେ ଜିଲ୍ଲାପାଳ

0

(ରିିପୋର୍ଟସ ଟୁଡ଼େ / ହରପ୍ରସାଦ ବିଶୋଇ ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରୋଇଲେ ଧାନ । ଖଲ୍ଳିକୋଟ ବ୍ଳକ ମଥୁରା ପଂଚାୟତ ଭରସା ଗ୍ରାମରେ ପହଞ୍ଚି ବିଲରେ ଧାନ ରୁଆ ଚାଲୁଥିବା ବେଳେ ବିଲକୁ ଯାଇଥିଲେ ଜିଲ୍ଳାପାଳ । ଚାଷୀମାନଙ୍କ ସହ କଥା ହେବା ସହ ଚାଷୀକୁ ଧାଡ଼ି ରୁଆ ସମ୍ପର୍କରେ ସଚେତନ କରାଇଥିଲେ । ଏହା ପରେ ନିଜେ ଜିଲ୍ଳାପାଳ ଭରସା ଗ୍ରାମର ଛାଡ଼େଶ୍ୱର ଗଉଡ଼ , ଗଣେଶ ପ୍ରଧାନ ଓ ଆଖାପାଖ ଲୋକଙ୍କ ବିଲ ବୁଲି ଦେଖିଥିଲେ । ସବୁଠାରୁ ବଡ଼ କଥା ହେଲା ଚାଷୀଙ୍କ ସହ ନିଜେ ମଧ୍ୟ ଧାନ ରୋଇ ଥିଲେ ଜିଲ୍ଲାପାଳ । ଜିଲ୍ଳପାଳଙ୍କ ଏପରି କାର୍ଯ୍ୟ ଦେଖି ବିଲରେ ଚାଷୀ ଉତ୍ସାହିତ ହୋଇଥିଲେ ।
ସୂଚନା ଯୋଗ୍ୟ ଯେ , ସଂପୃକ୍ତ ଅଂଚଳରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଦ୍ୱାରା ୫୦, ୦୦୦ ହେକ୍ଟର ଜମିକୁ ଧାଡ଼ି ରୋଇ ପାଇଁ ସରକାର ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଳାପାଳଙ୍କ ସହ କୃଷି ଉପନିର୍ଦ୍ଦଶକ ମନୋଜ କୁମାର ବେହେରା ଜିଲ୍ଳା କୃଷି ଅଧିକାରୀ ବିଦ୍ୟୁତ ସେଠମାଝି , ଯୋଜନା ଅଧିକାରୀ ନିମାଇ ଚରଣ ଦାସ, କୃଷି ଅଧିକାରୀ ଜୟଲକ୍ଷ୍ମୀ ସାହୁ, କୃଷକ ସାଥୀ ମହେଶ୍ୱର ସାହୁ ପ୍ରମୁଖ ଉତ୍ସାହିତ ଥିଲେ । ଅନ୍ୟପଟେ ଜିଲ୍ଳାପାଳଙ୍କ ଏଭଳି କାମକୁ କୃଷକ ମାନେ ପ୍ରଶଂସା କରିଛନ୍ତି ।