ବେଳାଭୂମି ସଫେଇରେ ପୁରୀ ଜିଲ୍ଲାପାଳ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସ୍ୱର୍ଣ୍ଣାଭ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଆଗମନ ସହ ତାଳ ଦେଇ ଆବର୍ଜନା ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି । ଗୋଟିଏ ପଟେ ପୁରୀ ବେଳାଭୂମିକୁ ନେଇ ବିଶ୍ୱ ଦରବାରରେ ଓଡିଶା ପ୍ରସିଦ୍ଧି ଲାଭ କରିଥିବା ବେଳେ ଅନ୍ୟ ପଟେ ଆବର୍ଜନାକୁ ନେଇ ନିନ୍ଦିତ ହେଉଛି । ଏଥିନେଇ ପୁରୀ ଜିଲ୍ଲାପାଳ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ମୋ ବିଚ୍ ଯୋଜନା ମାଧ୍ୟମରେ ପୁରୀକୁ ସ୍ୱଚ୍ଛ ରଖିବାକୁ ଚେଷ୍ଟା ଚଳାଇଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏହାର ନେତୃତ୍ୱ ନେଇଛନ୍ତି ।
୨୦୦୭ ବ୍ୟାଚର ଆଇଏଏସ ଅଧିକାରୀ ବଳୱନ୍ତ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ପୁରୀରେ ସଫେଇ ଓ ଫୋନି ପରର ମରାମତି କାର୍ୟ୍ୟକୁ ତ୍ୱରିତ କରିଛନ୍ତି । ଆଜି ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ବେଳାଭୂମି ସଫେଇ ଅଭିଯାନ । ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ପୁରୀ ବେଳାଭୂମି ସଫେଇ କାମରେ ଜିଲ୍ଲାପାଳ ସାମିଲ ହୋଇଛନ୍ତି । ଲାଇଟ୍ ହାଉସ ଠାରୁ ସ୍ୱର୍ଗଦ୍ୱାର ପର୍ୟ୍ୟନ୍ତ ପାଖାପାଖି ୧. ୫ କିମି ପରିଧି ଭିତରେ ୨୫୦ କେଜି ଆବର୍ଜନା ସଫା ହୋଇଛି ।