(ଜୟନ୍ତ କୁମାର ସେଠୀ / ଗୋପ ) : ପୁରୀ ପର୍ଯ୍ୟଟନ କ୍ଷେତ୍ରକୁ ବୁଲିବାକୁ ଅନେକଙ୍କ ଇଛା। କିନ୍ତୁ ପୁରୀ ଆସି ବିଭିନ୍ନ ସେବା ଯୋଗାଇ ଦେବାରେ ଆନନ୍ଦ ଅତ୍ୟନ୍ତ ନିଆରା । ସେହି ଭଳି ଜଣେ ଭକ୍ତ ମହାରାଷ୍ଟ୍ରର ଶକୁବାଇ ଦେଶମୁଖ। ବେଳାଭୂମିରେ ସଫେଇ କରି ବୋଝରେ ଆବର୍ଜନା ସାମଗ୍ରୀ ସଂଗ୍ରହ କରୁଥିବା ଫଟୋ କୁ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ଟୁଇଟ୍ କରିବାପରେ ଏହା ଭାଇରାଲ ହୋଇଛି । ଶକୁବାଇଙ୍କ ପାଇଁ ଛୁଟି ଆସିଛି ପ୍ରଶଂସାର ସୂଅ। ଶକୁବାଇ ହୋଇଛନ୍ତି ମହାରାଷ୍ଟ୍ର ଏଲୋରା ସ୍ଥିତ ଶ୍ରୀ ସନ୍ତ ଜନାଦ୍ଦନ ସ୍ଵାମୀ ଶଙ୍କର ସଂସ୍ଥା ମୁଖ୍ୟ ସାନ୍ତିଗିରୀ ମହାରାଜା ଙ୍କ ଅନୁଗାମି।ପ୍ରାୟ ଦୁଇ ହଜାର ଅନୁଗାମି ପୁରୀ ଆସି ଗତ କିଛି ଦିନ ହେବ ବେଳାଭୂମି ସଫେଇ ନାମ କୀର୍ତ୍ତନରେ ନିଜକୁ ହଜେଇ ଦେଇଥିବା ଦେଖାଯାଇଛି । ସେମାନଙ୍କ ମଧ୍ୟରୁ ୮୫ ବର୍ଷୟା ଶକୁବାଇ ହେଉଛନ୍ତି ଅନ୍ୟ ତମ। ପୁରୀ ଆସି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ପରିବେଶ କୁ ସୁନ୍ଦର ଭାବେ ଗଢ଼ିବା ସେ ବାର୍ତ୍ତା ଦେଇଛନ୍ତି ।ଏହି ଅବସରରେ ଜିଲ୍ଲାପାଳ ଶକୁବାଇ ଏବଂ ଅନ୍ୟ ମାନଙ୍କୁ ଉକ୍ତ ଫଟୋଚିତ୍ର ଦେଇ ସମ୍ମାନିତ କରିଛନ୍ତି।ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାସ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ଏବଂ ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଗ ଶ୍ରୀ ସୁଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।