ଭୁବନେଶ୍ୱର/ଆଦର୍ଶ ରାଉତ: ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ମହିଳା ମହାବିଦ୍ୟାଳୟ କନିଷ୍ଠ କିରାଣୀ । କଟକ ଜିଲ୍ଲା କଲ୍ୟାଣି ନଗର ଅନ୍ତର୍ଗତ କୁସୁମଦେବୀ ସତ୍ତସଙ୍ଗ ମହିଳା ମହାବିଦ୍ୟାଳୟର କନିଷ୍ଠ କିରାଣୀ ଜ୍ୟୋତ୍ସା ପରିଡାଙ୍କୁ ଲାଞ୍ଚ ୯ ହଜାର ଟଙ୍କା ଦାବି କରିବା ଅଭିଯୋଗରେ ପରିଡାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଏହି ଗିରଫଦାରି କରାଯାଇଛି ।
ସୂଚନା ଅନୁଯାୟୀ, କଲେଜର ଜଣେ ପୂର୍ବତନ ରିଡରଙ୍କ ବାକେୟା ପାଇଁ ଶ୍ରୀମତି ପରିଡା ୯ ହଜାର ଟଙ୍କା ଦାବି କରିଥିଲେ । ଏନେଇ ରିଡରଙ୍କ ପତ୍ନୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ରିଡରଙ୍କ ପତ୍ନୀ ପରିଡାଙ୍କୁ ୯ ହଜାର ଟଙ୍କା ଦେବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିନେବା ସହ ତାଙ୍କନିକଟରୁ ସେହି ଅର୍ଥ ଆଦାୟ କରିଥିଲେ । ଏନେଇ ଏକ ମାମଲା ରୁଜୁ କରାଯିବା ସହ ଶ୍ରୀମତି ପରିଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହ ତଙ୍କ ଘର ତଥା ଅଫିସ ଉପରେ ଚଢାଉ କରାଯାଇଛି ।