(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ବନ୍ତଳା କଲେଜରେ ପ୍ରାକ ନିର୍ବାଚନୀ ହିଂସାରେ ପୋଲିସ୍ ମାଡରେ ଛାତ୍ର ଗୁରୁତର ଅଭିଯୋଗ। ଆସନ୍ତା କାଲି ଦିନ ସମୟରେ କଲେଜ ପରିସରରେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା। ଫଳରେ ବନ୍ତଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୨ଜଣ ଛାତ୍ରଙ୍କୁ କଲେଜରୁ ଥାନାକୁ ଆଣିଥିଲା । ପରେ ଅଭିଯୋଗ ହେଲା ଯେ , ପୋଲିସ୍ ମାଡରେ ଛାତ୍ର ଗୁରୁତର ହୋଇଥିଲେ । ଫଫଳରେ ଛାତ୍ରଙ୍କୁ ବନ୍ତଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଛାତ୍ରକୁ ଅନୁଗୋଳ ମେଡ଼ିକାଲକୁ ଆଣିଥିଲେ ସାଙ୍ଗମାନେ । ଛାତ୍ର ଜଣଙ୍କ ଯୁକ୍ତ ୩ ର ଆରୁକେଲ୍ ମହମଦ ବୋଲି ଜଣାପଡିଛି ।