(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଲେଜ କ୍ୟାମ୍ପସ୍। ପ୍ରାର୍ଥମାନେ ଆଡମ୍ବର ସହ ପ୍ରଥମେ ମନ୍ଦିରରେ ପୂଜା ଅର୍ଚ୍ଚନା କରି କଲେଜ କ୍ୟାମ୍ପସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି।ବିଶେଷ କରି ଜିଲ୍ଲାର ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରରେ ଶାନ୍ତି ଶୃଙ୍ଖଳାର ସହ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ଆଗାମୀ ୧୪ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି।