ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପରୀକ୍ଷା ଫେବ୍ରୁଆରୀ ମାସରେ ଆରମ୍ଭ ହେବ । ଫେବ୍ରୁଆରୀ ୧୪ ତରିିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ହୋଇଛି । ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ଫର୍ମ ଫିଲଅପ କରାଯିବ । ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବବୋଲି କୁହାଯାଉଛି । ସେହିପରି ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ସିଏଚଏସଇ ପକ୍ଷରୁ ଚଳିତ ବର୍ଷ ଆଗୁଆ ପରୀକ୍ଷା କରାଯାଉଛି । ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ତାରିଖ ମଧ୍ୟରେ ଫର୍ମ ଫିଲଅପ୍ କରିବେ। କିନ୍ତୁ ନିୟମିତ ପିଲାମାନେ ନଭେମ୍ବର ୧୦ରୁ ୨୫ ତାରିଖ ମଧ୍ୟରେ ଫର୍ମଫିଲପ କରିବେ ବୋଲି କୁହାଯାଇଛି । ଡିସେମ୍ବର ୨୫ ତାରିଖ ସୁଦ୍ଧା ପିଲାମାନେ ଅନଲାଇନରେ ଆଡମିଟ୍ କାର୍ଡ ପାଇପାରିବେ। ବୋର୍ଡ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।