ଭୁବନେଶ୍ବର : କମିଛି କମର୍ସିଆଲ ଗ୍ୟାସ ଦର । ରାଷ୍ଟ୍ରିୟ ତୈଳ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ଦରକୁ ୩୯ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଏହି ନୂଆ ଦର ସାର ସେଶରେ ଲାଗୁ କରାଯାଇଛି । ନୂତନ ଦର ଅନୁସାରେ ନୂଆଦିଲ୍ଲୀରେ ବ୍ୟାବସାୟିକ ଗ୍ୟାସ୍ ଦର ୧୭୯୬ ଟଙ୍କା ୫୦ ପଇସାରୁ ୧୭୫୭ ଟଙ୍କାକୁ ହ୍ରାସ ପାଇଛି। ମୁମ୍ବଇରେ ୧୭୧୦ ଟଙ୍କା, କଲକାତାରେ ୧୮୬୮ଟଙ୍କା ୫୦ ପଇସା ଏବଂ ଚେନ୍ନଇରେ ୧୯୨୯ ଟଙ୍କାକୁ ହ୍ରାସ ପାଇଛି। ଭୁବନେଶ୍ବରରେ ବ୍ୟାବସାୟିକ ଗ୍ୟାସ୍ ଟାଙ୍କି ଦାମ୍ ୧୯୪୫ ଟଙ୍କା ୫୦ ପଇସା ଥିବାବେଳେ ଦର ହ୍ରାସ ଯୋଗୁଁ ୧୯୦୬ ଟଙ୍କାକୁ ଖସି ଆସିଛି।