ନୂଆଦିଲ୍ଲୀ: ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ ସିଲିଣ୍ଡର । ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।