ଭୁବନେଶ୍ୱର: ହୋଲି ପାଇଁ ରଙ୍ଗେଇହୋଲାଣି ସହର । ସବୁଆଡେ ଉତ୍ସବ ମୁଖର ହୋଇ ପଡିଛି । ଏହାରି ଭିତରେ ଦୁର୍ଘଟଣାକୁ ଦୃଷ୍ଠିରେ ରଖି କମିଶନରେଟ ପୋଲିସ ଯାରି କରିଛି ଗାଇଡଲାଇନ । ସବୁଆଡେ ବୁଲିବେ ପୋଲିସ । ନିଶା ଗସ୍ତ ବ୍ୟକିଙ୍କ ଉପରେ କଡାନଜର ରଖିବେ ବୋଲି ଏକ ସାମ୍ବାଦିକ ସମିଳନିରେ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ଆସନ୍ତା କାଲି ସକାଳ ୭ତାରୁ ହୋଲି ଖେଳ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିବ । ଏହାରି ଭିତରେ ବେଶି ସାମ୍ପ୍ରଦାୟିକ ଉତ୍ତେଜନା, ଅପରାଧମୂଳକ ଘଟଣା ବିଶେଷ କରି ନଦୀରେ ଗାଧୋଇବାବେଳେ ଅଘଟଣ କୁ ନଜର ରଖିବ କମିଶନରେଟ ପୋଲିସ । ସାରା ସହର ପୋଲିସ ସ୍କାନରରେ ରହିବ । ଘୁରି ବୁଲିବେ ସ୍ପେଶାଲ ସ୍କ୍ୱାର୍ଡ ଓ ୬୦ଟି ଟିମ । ଏଥିପାଇଁ ୧୭ ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ୩୧ଟି ସ୍ଥାନରେ ରାତ୍ର କାଳୀନ ବ୍ଲକିଂ ଏବଂ ଚେକିଂ କରାଯିବାର ବ୍ୟବସ୍ଥା ରହିଛି । ସେହି ପରି ଭୁବନେଶ୍ଵର ସହରର ମୁଖ୍ୟ ୪ଟି ସ୍ଥାନରେ ଯଥା ଏଜି ଛକ, ବାଣୀବିହାର ଛକ, ଡମଣା ଛକ ଏବଂ ଖଣ୍ଡଗିରି ଛକରେ ଷ୍ଟ୍ରାଇକିଂ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।