ଠାକୁରଙ୍କ ମୂର୍ତ୍ତି ବିକୃତ କଲେ କଡା କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର: ଆଗକୁ ଗରେଶ ପୂଜା ଆସୁଛି । ଏହାକୁ ନଜରରେ ରଖି କମିଶନରେଟ ପୁଲିସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଶୁକ୍ରବାର କମିଶନରେଟ ପୋଲିସ ଦ୍ୱାରା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ ଲୋକ ପ୍ରତିନିଧି , ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଳବର ସଦସ୍ୟମାନେ ସାମିଲ ଥିଲେ । ଏଥି ସହ ପୂଜାରେ ରାତି ୧୦ ପରେ ସାଇଣ୍ଡକୁ ବନ୍ଦ କରିବାକୁ କୁହାଯାଇଛି । ପୂଜା ଭଷାଣିରେ ପୋଲିସର କଡ଼ାକଡ଼ି ନିୟମ ରଖିବ ।

ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସେଫ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ୮ ତାରିଖରେ ଭସାଣି କରିବାକୁ ସିପି କହିଛନ୍ତି। ବଡ଼ କଥା ହେଲା ଏଥର ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ ପୂଜା କମିଟିମାନେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କରିଥାନ୍ତି। ଯାହାକି ପରବର୍ତ୍ତୀ ସମୟରେ ବିବାଦକୁ ଆସିଥାଏ। କିନ୍ତୁ ଏଥର ଏଭଳି ପୁଲିସ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଜୋର୍ଜବରଦସ୍ତି ଚାନ୍ଦା ଆଦାୟ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।